Obstetrics & Gynecology ଡାକ୍ତରବାବୁ Profile picture
ବ୍ରାହ୍ମଣ Tolerant Threader Controversy2Consensus ॐअसतोमासद्गमय अहिंसापरमोधर्म ଝିଅବଞ୍ଚାନ୍ତୁଝିଅପଢାନ୍ତୁ ଗପକବିତା ଫୁଲଫଳଚାଷ ଭାଷାଭାବନା ମଠଖାଦ୍ୟ ProudFatherOfAngels
Nirmal Pattanaik Profile picture 1 subscribed
Sep 30, 2021 9 tweets 4 min read
#ପାର୍କଡାଏରୀ #ଭୁବନେଶ୍ୱର #ମଠଗାଥା
(ଦେହକୁ ନେବେନି, ଚଲାବୁଲାଦୌଡାକୁଦାବେଳେ ସବୁଗୁଡିକ ନିରୋଳା ଶୁଣାକଥା, କାନରେ ପଡିଯାଏ ଆଉ😂)
୧)
#ବାମ୍ଫ
୧ମ ମହିଳା:- ଆମର ଇଏ ମୋ ମୋବାଇଲ କେବେବି ଦେଖନ୍ତିନି
୨ୟ ମହିଳା:- ସେମିତି କିଛି ନାହିଁ, ଯେତେବେଳେ ବାମ୍ଫ ନବୁ, ଜାଣିବୁ ୨)
#ଅଭାଷା
ଚାଲ, ଦୌଡ଼, ଖେଳ, ଛୁଆ ଖେଳାଅ... ଯାହାବି କର... ମଝିରେ ମଝିରେ ୧୦-୨୦ବର୍ଷର ଟୋକାଙ୍କର କଥା ଖାଲି କାନରେ ପଡୁଥିବ। ହଁ, ସ୍ପଷ୍ଟ ଦୋଅକ୍ଷରୀ
Sep 29, 2021 5 tweets 2 min read
#କହିବାକୁ_ଚାହୁଁନଥିବା_କେତୋଟିକଥା
#ସାମ୍ପ୍ରତିକୀ
୧/୬)
କେଉଁଠି ନା କେଉଁଠି ଅବାଟରେ ମାଡିଯାଉଛି ଗାଡି। କୃଷି, ଶିକ୍ଷା ଓ ସ୍ବାସ୍ଥ୍ୟ କୁ ଉଚିତ ପ୍ରାଧାନ୍ୟ ମିଳୁଛି?
୨)
Block/GP ରେ

ଷ୍ଟାଡିଅମ୍
ରାସ୍ତାଘାଟ
ଗ୍ରାମ୍ୟ ଉଦ୍ୟାନ
ପୋଖରୀ
ଖେଳପଡିଆ
ଛୋଟ ବଗିଚା
...
ତିଆରି ବହୁତ ହେଉଛି,

କିନ୍ତୁ
ହାସପାତାଳ ସେମିତି ପଡିଚି ??? ୩)
ବହୁ ବିଦ୍ୟାଳୟରେ ୫୦ଲକ୍ଷ ରୁ କୋଟିଏ ଯାଏଁ ଖର୍ଚ୍ଚ ହେଉଛି ପଞ୍ଚତତ୍ତ୍ବରେ।

କିନ୍ତୁ

ଶିକ୍ଷକ
ଛାତ୍ରାବାସ
ଓଡ଼ିଆ ମାଧ୍ୟମର ଗୁରୁତ୍ୱ ଓ ସୁପୁସ୍ତକ
ଖେଳକୁଦ
ଗୁଣାତ୍ମକ ଶିକ୍ଷା
ଅପଗ୍ରେଡେଡ ପାଠ୍ୟପୁସ୍ତକ
ପେଶାମୁଖୀ କୋଚିଂ
ସାଧାରଣ ଜ୍ଞାନ
ଗୁରୁକୂଳ ପରିବେଶ

ଏସବୁ???
Jun 11, 2021 9 tweets 2 min read
ଅନୁରୋଧ #ସୂତା #Thread #FAQ regarding HRCT scan of Thorax
୧/
ରୋଗୀ ନିହାତି CT କରିବା କଥା? ରୋଗ ଆରମ୍ଭରୁ କଲେ ଭଲ? XRay?

ନାହିଁ। ଅଯଥା ରେଡିଏସନ୍ ଏକ୍ସୋପୋଜର। ଏକ୍ସରେ ଅପେକ୍ଷା ସିଟିରେ ୫୦-୧୦୦ଗୁଣ ଅଧିକ ଏକ୍ସୋପୋଜର। ୨/
CT score/CORADS grade ଅଧିକ ଥିଲେ ହାସପାତାଳ ଆଡମିସନ ଦରକାର? ଅମ୍ଳଜାନ କମିଯିବ?

ସେମିତି କିଛି ଶକ୍ତ ସମ୍ପର୍କ ନାହିଁ। କିନ୍ତୁ ସ୍କୋର ଅଧିକ ମାନେ lung involvement ଅଧିକ।
Jun 10, 2021 9 tweets 2 min read
ଅନୁରୋଧ #ସୂତା #FAQ Treatment of Asymptomatic Patients ଲକ୍ଷଣବିହୀନ ରୋଗୀ
୧/
ଲକ୍ଷଣହୀନ ରୋଗୀ କାହିଁକି?

-ରୋଗପ୍ରତିରୋଧକ ଶକ୍ତି ଭଲ ଥାଏ ପ୍ରାୟ। ଏମାନଙ୍କ ମଧ୍ୟରୁ ୨୦% ଲକ୍ଷଣ ଦେଖାନ୍ତି ଆଗକୁ। ଆଉ ୮୦% ପ୍ରାୟ ସେମିତି ରହିଯାନ୍ତି। ୨/
ଏମାନଙ୍କୁ ଭୟ କାହିଁକି?

ବିବିଧ ଗବେଷଣା କହେ, ଚାରିଭାଗରୁ ଏକଭାଗ କୋବିଡ଼ ସଂକ୍ରମଣ, ଲକ୍ଷଣହୀନ ରୋଗୀଙ୍କ ଠାରୁହୁଏ ଏବଂ ଚାରିଭାଗରୁ ଆଉ ଏକଭାଗ ଲକ୍ଷଣଆରମ୍ଭ ପୂର୍ବରୁ(ପ୍ରି ସିମ୍ପ୍ଟମାଟିକ) ହୋଇଯାଏ
May 25, 2021 10 tweets 2 min read
ଗୁରୁତ୍ୱପୂର୍ଣ୍ଣ #Thread #ସୂତା #FAQ
୧/
ଲମ୍ବା ଓଷଦ ଲିଷ୍ଟଗୁଡା ବୁଲୁଚି SM ରେ। ମୁଁ କଣ ଖାଇବି?

-ଯେତକ ଓଷଦ ଲେଖାହେଇଚି ସେ ଲିଷ୍ଟଗୁଡାରେ, ସମସ୍ତଙ୍କୁ ଭୂତାଣୁ ଶକ୍ତ ବେଖାତିର କରେ
-୮୦%ରୁ ଅଧିକ ଲୋକ ଜରଥଣ୍ଡା ଥିଲେ ପାରାସିଟାମଲ୍ ଓ ସେଟିରିଜିନରେ ଭଲହେବେ
-ଲକ୍ଷଣ ଅନୁସାରେ ନାକବନ୍ଦ, କାଶ, ଝାଡା ପାଇଁ ଅନ୍ୟ ଓଷଦ ଲାଗିପାରେ ୨/
କଣ ଓଷଦ ଅଛି ତାହେଲେ?

-ଚିକିତ୍ସା ନିଶ୍ଚିତ ଅଛି
-କିନ୍ତୁ
ଆଜିଥ୍ରୋ
ଡକ୍ସି
ହାଇଡ୍ରକ୍ସିକ୍ଲୋରୋ
ଆଇଭରମେକ୍ଟ
ଫାବିପିରା
ଭେଟାମିନ...
ସବୁ ତଦ୍ରୁପ
-ସ୍ଥଳବିଶେଷରେ ଡାକ୍ତରୀ ପରାମର୍ଶରେ କେବଳ ବ୍ୟବହାର କରାଯାଏ
May 25, 2021 7 tweets 2 min read
#FAQ on DM #Thread #ସୂତା
୧/
କୋଭାକ୍ସିନ୍ ନେଲେ ବିଦେଶ ଯାଇ ହେବନି?

ହା ହା😂😉। ସେମିତି କିଛି ବି ନୁହେଁ। ଏବେ ଗୁଡାଏ ଟୀକା ଦିଆହେଉଛି ବିବିଧ ଦେଶରେ ଓ ବହୁତ ଟୀକା ଆଗକୁ ଆସୁଛି। WHO ଦ୍ବାରା ଏବଂ ଅନ୍ୟ ଦେଶରେ emergency use ପାଇଁ ଦରଖାସ୍ତ କରି ସେମାନଙ୍କୁ ଅନୁମୋଦନ ଆଣିବାକୁ ହେବ, ସମୟ ଲାଗିପାରେ। ୨/
କୋଭାକ୍ସିନ୍ କାମ କରିବ ନା ଭେରିଆଣ୍ଟରେ?

ହଁ, ପାରମ୍ପରିକ ଇଆକ୍ଟିଭେଟେଡ ଟୀକା। ୱନ ଅଫ୍ ଦ ବେଷ୍ଟ। early reports ବି ଟୀକା ସପକ୍ଷରେ।
May 24, 2021 14 tweets 2 min read
#FAQ #Thread ଟୀକା ଓ ଅନ୍ୟ ପ୍ରତିଷେଧକ ବିଷୟରେ
୧/
ଟୀକା ନେଇବି ରୋଗ ହେଉଛି !

୧୦୦୦୦ ଲୋକରେ ୨-୪ ଜଣଙ୍କୁ ହେବାର ସମ୍ଭାବନା। ତାହାବି ଗୁରୁତର ନୁହେଁ ବିଲକୁଲ୍। ମୃତ୍ୟୁ ନାହିଁ ବା ନଗଣ୍ୟ। ୨/
ଡାକ୍ତର ଚାଲିଯାଉଛନ୍ତି !

ନଗଣ୍ୟ। ଏକ୍ସୋପୋଜର ଅଧିକ ଡାକ୍ତରଙ୍କର। କୋମର୍ବିଡିଟିଜ୍ ବି ରହିଛି। ତଥାପି ଏହା ଅତ୍ୟନ୍ତ ବିରଳ ଓ ନଗଣ୍ୟ
May 23, 2021 10 tweets 2 min read
ଛୋଟିଆ #Thread #ସୂତା ଟିଏ କରିବା। #FAQ ଉପରେ।
୧/
ଗର୍ଭବତୀକୁ କୋବିଡ଼। ଲେବର୍ ପେନ୍ ଆରମ୍ଭ ହେଲାଣି। କେଉଁଠିକୁ ନେବା?

କୋବିଡ଼ ହାସପାତାଳରେ ଭର୍ତ୍ତି କର ୨/
ଛୁଆ ଜନ୍ମପରେ କେଉଁଠି ରହିବ?

ମା'ଠୁ ସଂକ୍ରମଣ ଭୟ ଥିବା ପର୍ଯ୍ୟନ୍ତ ଅଲଗା ରହିବ, SNCU ରେ
May 16, 2021 9 tweets 2 min read
#Thread #ସୂତା #FAQ
୧/
ପଜିଟିଭ ଆସିଚି। ଟିପ୍ସ ଦିଅନ୍ତୁ

ନିଅନ୍ତୁ
👇
-୧୦ଦିନ ଆଇସୋଲେସନରେ ରହି ଓଷଦ ଖାଇବ
-ସାଧାରଣ ଲକ୍ଷଣ ୧୦ଦିନପରେବି ରହିପାରେ
-ପେଟେଇ ଶୋଇବ
-ଅମ୍ଳଜାନ ମାପିବ
-୮ଦିନପରେ ସଂକ୍ରମଣ କ୍ଷୀଣ
-ନେଗେଟିଭ ପାଇଁ ଟେଷ୍ଟ କରିବନି
-ରିଇନଫେକସନ ବିରଳ, ଟୀକା ୩-୬ ମାସ ପରେ ନବ
-ଆଣ୍ଟିବଡି ୪-୬ମାସ ରହିବ, ଇମ୍ୟୁନିଟି ୧-୨ବର୍ଷ ୨/
ଆଣ୍ଟିଜେନ ପଜିଟିଭ ଅଛି। PCR କରିବି?

ପଜିଟିଭମାନେ ଷୋହଳ ଅଣା ରୋଗ। PCR confirmation ଅଦରକାରୀ। ନେଗେଟିଭ ହେବାକୁବି ଟେଷ୍ଟ କରିବନି। ଭଲହେଲାପରେବି ଆଣ୍ଟିବଡି ମାପିବନି। ୩-୬ ମାସପରେ ଟୀକା ନେବ। ରିଇନଫେକସନ ବିରଳ ଓ ପ୍ରାୟତଃ ସାଧାରଣ।
May 14, 2021 9 tweets 1 min read
ଅପେକ୍ଷାରେ ଥିବା ଟୀକା #Thread #ସୂତା। ଏଇବର୍ଷ ଶେଷସୁଦ୍ଧା ଭାରତୀୟ ବଜାରରେ ମିଳିବାକୁ ଆଶାଥିବା ପ୍ରତିକ୍ଷିତ ଟୀକା। (ଏବେଯାଏଁ ପ୍ରଥମ ୩ଟାକୁ ଅନୁମତି ମିଳିସାରିଛି)।
୧/
କୋଭାକ୍ସିନ୍
ଭାରତ ବାୟୋଟେକ୍-ICMR
୮୦% ଏଫିକାସୀ,୨ଡୋଜ,୪-୬ହପ୍ତା
୬୦୦/୧୨୦୦ ରେଟ୍
ଇନାକ୍ଟିଭେଟେଡ୍ ପାରମ୍ପରିକ ଘରୋଇ ଟୀକା ୨/
କୋଭିସିଲ୍ଡ
ସିରମ୍ ଇନଷ୍ଟିଚିଉଟ-ଆଷ୍ଟ୍ରାଜିନିକା
୭୦% ଏଫିକାସୀ,୨ଡୋଜ,୧୨-୧୬ହପ୍ତା
୪୦୦/୬୦୦ରେଟ
ଭେକ୍ଟର ଟୀକା
May 14, 2021 9 tweets 2 min read
ସ୍ପୁଟନିକବି ବିଷୟରେ କିଛି ପ୍ରଶ୍ନୋତ୍ତର #FAQ #Thread #ସୂତା Sputnik V
୧/
କି ପ୍ରକାର ଟୀକା?

ଭାଇରାଲ ଭେକ୍ଟର । ୨ପ୍ରକାର ଆଡେନୋଭୂତାଣୁ ବ୍ୟବହୃତ। ରୁଷର ଟୀକା। ଏପଟେ ଡଃ ରେଡି ଫେଜ ୩ ଟ୍ରାଏଲ କରିଛି। ଏବେ ମଗାଉଛି। ଆଗକୁ ତିଆରିକରିବ। ୫-୭ ଅଲଗା କମ୍ପାନୀ ବି ତିଆରି କରିପାରନ୍ତି। ୨/
ଅଲଗା କି?

ହଁ। ୨ଟା ଡୋଜ୍ ଅଲଗା। ୨ଟା ଅଲଗା ଭାଇରାଲ ଭେକ୍ଟର। ତେଣୁ ଏଫିକାସୀ ଅଧିକ ବୋଲି ହୁରି ପଡିଚି। ୨ୟ ଡୋଜକୁ ୧ମ ଡୋଜ୍ ପରେ କଳ୍ପିତ ରେଜିଷ୍ଟାନ୍ସ କମ୍। ତେଣୁ ଇମ୍ୟୁନିଟି ଏଫିକାସୀ ୯୦% ଉପରେ।
May 11, 2021 9 tweets 2 min read
#FAQ on Vaccination #Thread #ସୂତା
(ବାରମ୍ବାର ଶୁଣୁଥିବା ପ୍ରଶ୍ନର ଉତ୍ତର)

୧/
କୋଭିସିଲ୍ଡ ସେକେଣ୍ଡ ଡୋଜ କେବେ?

-୬-୮ ସପ୍ତାହରେ ମିଳିଲେ ନେବେ
-୪-୧୨ ସପ୍ତାହରେ ନେଇହେବ
-୪ସପ୍ତାହ ପୂର୍ବରୁ ଭୁଲରେ ନେଇଗଲେ, ରିପିଟ୍ କରିବେନି
-୧୨ସପ୍ତାହ ପରେ ଡେଇଁଲେ, ଯେତେ ଜଲଦି ମିଳିବ ନେବେ

କୋଭାକ୍ସିନ୍?

-୪ସପ୍ତାହପରେ ଯେବେ ଜଲଦି ମିଳିବ ୨/
ବୁଷ୍ଟର? ଯଦି ମିଳିଲା ମୋଫତରେ?
ବୁଷ୍ଟର ଏକ୍ଷେତ୍ରରେ ନାହିଁ। ଦୁଇଟା ଫାଇନାଲ୍।

ପ୍ରେଗାନିଉଜ୍?
ନୋ !

ଟୀକାନେଇକି ପିଲାପିଲି ପାଇଁ ଚେଷ୍ଟା କରିହେବନା?
ପାରିବେ।
May 9, 2021 9 tweets 2 min read
DM/WA ସନ୍ଦେହକୁ ନେଇ #FAQ #Thread

୧/
ପ୍ରତିଷେଧକ?

-It is vaccine ଟୀକା only

-Hydroxychloroquine weekly ର ଫଳ ଅଜଣା

-Ivermectin 12mg, ୩ ଦିନ ଅନ୍ତରରେ ୨ ଡୋଜ, ମାସକୁ ଥରେ, ଫଳ ଅଜଣା

-Arsenicum album 30C, 4 globules of size 30, BBF, 3 days, repeat after 3 wks, ଫଳ ଅଜଣା

-କାଢା ହଳଦୀଦୁଧ ଫଳ ଅଜଣା ୨/
ପରାମର୍ଶ?

-ଟୀକା ଟୀକା ଏଣ୍ଡ ଓନଲି ଟୀକା

-ତା ଛଡା
ସାମାଜିକ ଦୂରତା, ୬ଫୁଟରୁ ଅଧିକ
ଡବଲ ମାସ୍କ ନହେଲେ N95 ଢଙ୍ଗରେ ପିନ୍ଧିବା
ବାରବାର ସାବୁନରେ ଭଲକରି ହାତଧୁଆ
ସାନିଟାଇଜର ବ୍ୟବହାର

-ଯେଉଁମାନେ ଟୀକା ନେଇନାହାନ୍ତି, ସେମାନେ ଅନ୍ୟ ପ୍ରତିଷେଧକ ଚାଲୁ ରଖିପାରିବେ। କିନ୍ତୁ ମିଳିଲେ ତୁରନ୍ତ ଟୀକା ନେବେ, ଟୀକା ନିର୍ବିକଳ୍ପ
May 8, 2021 14 tweets 3 min read
#କଳାକବକ #ମ୍ୟୁକରମାଇକୋସିସ #ସୂତା #Thread
(ପ୍ର: ମିତ୍ରଙ୍କସହ କଥାହେବାପରେ, ବଡ଼ଭାଇ ଜାଣନ୍ତି ତାଙ୍କୁ)

ଏହା ଏକ ସୁବିଧାବାଦୀ ବା ଅପର୍ଚୁନିଷ୍ଟିକ ମାରାତ୍ମକ କବକ ସଂକ୍ରମଣ
୧/
କେଉଁଠି ଦେଖାଯାଏ?

-ରୋଗପ୍ରତିରୋଧକ ଶକ୍ତି କମ୍ ଥିଲେ
-ଅଣାୟତ୍ତ ମଧୁମେହ
-କୋଭିଡ ଚିକିତ୍ସାରେ
-ଅଧିକ ଦିନ ଅମ୍ଳଜାନ ନେଲେ
-ଭେଣ୍ଟିଲେଟରରେ ରହିଲେ ୨/
କୋଭିଡ଼ରେ କାହିଁକି?

-ଷ୍ଟିରଏଡ ବ୍ୟବହାର ଇମ୍ୟୁନିଟି କମାଏ
-ଟୋସିଲିଜୁମାବ ଇମ୍ୟୁନୋମଡୁଲେଟର ବ୍ୟବହାର
-ଭେଣ୍ଟିଲେଟରରେ ରହିବା ବା ଅଧିକ ଦିନ ଅମ୍ଳଜାନ ନେବାରେ ହ୍ୟୁମିଡିଫାୟର ର ବ୍ୟବହାର
Oct 23, 2020 13 tweets 2 min read
#Thread #ଭ୍ୟାକ୍ସିନ୍ #ମଠଗାଥା
୧]
"ତୁ ମତେ କେତେ ଭଲ ପାଉ?" ବୋଲି ସେ ହଠାତ୍ ପଚାରିଦେଲା। ହଡବଡେଇ ଗଲା ନାୟକ, ଇଏ କି ଅଗ୍ନିପରୀକ୍ଷା! ପାଟିରୁ ତା'ର ବାହାରିଗଲା- "ମୋତେ ଭ୍ୟାକ୍ସିନ୍ ମିଳିଲେ, ମୁଁ ନନେଇ, ତତେ ହିଁ ଦେଇଦେବି! ୨]
ନାୟକ ନାୟିକା, ଦେଖାହେବା ବାହାନାରେ ଅନ୍ତରଙ୍ଗ ମୁହୂର୍ତ୍ତ କିଛି କାଟିବାକୁ କେବେବି ଭୁଲନ୍ତିନି। ଆଜି ହଠାତ୍ ସବୁ ଯେମିତି ବଦଳିଯାଇଥିଲା। ନାୟିକାର ଚରମବାଣୀ- "ମୋତେ ଛୁଅଁ, ମନା ନାହିଁ। କିନ୍ତୁ ମୋ ଓଠକୁ ଛୁଇଁବାକୁ ହେଲେ, ଭ୍ୟାକ୍ସିନ୍ ନିଅ!
Aug 11, 2020 39 tweets 4 min read
#Go_କରୋନା_Go #Thread #FAQ

ପ୍ର:- କରୋନା ପଜିଟିଭ ଆସିଲେ, ଚିକିତ୍ସା ନିହାତି ଦରକାର?
ଉ:- Asymptomatic/Presymptomatic/Mild Symptomatic ଅର୍ଥାତ୍ ଲକ୍ଷଣ ନଥିଲେ/କମ୍ ଲକ୍ଷଣ ଥିଲେ/ଲକ୍ଷଣ ଆରମ୍ଭ ହୋଇ ନଥିଲେ

ଏବେ ଗାଇଡଲାଇନ ଅନୁଯାୟୀ ମେଡିସିନ ବେଶୀ ଦରକାର ନାହିଁ ବା ଭିଟାମିନ ଖାଇପାରିବେ। ପରିସ୍ଥିତି ଡାକ୍ତର କହିବେ। ୨
ପ୍ର:- କରୋନା ହେଲେ କଣ କରିବା?
ଉ:- ଗାଇଡଲାଇନ ଅନୁସାରେ ବ୍ୟବସ୍ଥା। Home isolation କି ହାସପାତାଳରେ ରହିବେ, ଡାକ୍ତର କହିବେ।

ଲକ୍ଷଣ ବେଶୀ ନଥିଲେ ଓ ଘରେ ସୁବିଧା ଥିଲେ, ଘରେ ରହିପାରିବେ। ଲକ୍ଷଣ ଅଧିକ ଓ ଅନ୍ୟ ରୋଗଥିଲେ କି ବୟସାଧିକ୍ୟ ଥିଲେ, ହାସପାତାଳ ଯିବେ।
Jul 27, 2020 21 tweets 3 min read
#Thread #PlasmaTherapy #ପ୍ରଶ୍ନୋତ୍ତର

ପ୍ର:- କିଏ ଦେବ ପ୍ଲାଜମା ?
ଉ:-
-ଯାହାକୁ ଆଗରୁ କୋଭିଡ ଭଲ ହେଇଥିବ ୨୮ ଦିନ ତଳେ,

-କିମ୍ବା ୧୪ ଦିନ ତଳେ ଲକ୍ଷଣ ଛାଡିଥିବ ଓ ଟେଷ୍ଟ ଏବେ ନେଗେଟିଭ୍ ଥିବ। ୧୪ ଦିନପରେ ଟେଷ୍ଟ ପଜିଟିଭ ରହିଲେବି ଦେଇହେବ, କାରଣ ସଂକ୍ରମଣ ଶକ୍ତି ନଥାଏ। ୧୪ ଦିନପରେ ଟେଷ୍ଟ କରିବାବି ନିହାତି ଆବଶ୍ୟକ ନୁହେଁ।
cntd ୨
- ରୋଗ ଅଛିକି ନାହିଁ rtPCR ପରୀକ୍ଷା(ନାଜାଲ ସ୍ବାବ) ହେଇଥିଲେ ଭଲ
-ମୂଳରୁ ଲକ୍ଷଣବିହୀନ ଥିବା ରୋଗୀବି ଦେଇପାରିବେ
-ସେରୋଲୋଜି ସର୍ଭେରେ ଆଇଜି ଆଣ୍ଟିବଡି ପଜିଟିଭ ଥିବା ଅଜଣା-ରୋଗୀବି ଦେଇପାରିବେ
-ଆଣ୍ଟିବଡି ଟାଇଟର(ଲେବଲ) ମାପିବା ଦରକାର ନାହିଁ, ଯଦି ମାପିହେବ, 1:160ରୁ ଅଧିକ ଥିଲେ ଭଲ
Apr 12, 2020 20 tweets 3 min read
ରବିବାରିଆ ସୂତା #Covid19India #Thread #MythsAndFacts
୧】
Myth:-
ଚିନ୍/ଆମେରିକା କରୋନା ତିଆରି କରିଛନ୍ତି ଓ ବିକ୍ରିବଟା କରିବେବୋଲି ଯୋଜନା ଚଲେଇଥିଲେ
Fact:-
ଭୂତାଣୁଟି ନେଚୁରାଲ ସିଲେକ୍ସନ ପ୍ରକ୍ରିୟାରେ ଜନ୍ମିତ। ମନୁଷ୍ୟକୃତ/ଲାବୋରେଟୋରୀ ଉତ୍ପାଦ ନୁହେଁ ୨】
Myth:-
ପରିବାକୁ ବଜାରରୁ କିଣିଆଣି ସାବୁନ ମାରି ଧୋଇବା ଦରକାର
Fact:-
ଦରକାର ନାହିଁ। ପରିବା ଧରିବା/ରଖିବା/କାଟିବା ପରେ ନିଜ ହାତ ସାବୁନଫେଣରେ ପରିଷ୍କାର କରନ୍ତୁ। ଜୀବନକୁ ଏସମୟରେ କଷ୍ଟିଆ କରନ୍ତୁ ନି।
Jun 15, 2019 27 tweets 5 min read
#RajaParba #ରଜପର୍ବ
"ରଜ" ର ସଂଜ୍ଞା ତଥା ପ୍ରାସଂଗିକତା,
ବ୍ଯକ୍ତିଗତ ତଥା ବିଦ୍ୟାର୍ଥୀଙ୍କ ଯୌନଶିକ୍ଷା
ଓ ପାରିବାରିକ ତଥା ସାମାଜିକ ଯୌନସଚେତନତା ଉପରେ #Thread
୧)
ମୁଁ Expert ନୁହେଁ, ଯାହା ଅନୁଭୂତିରୁ କହିବି।
ଭୁଲ ଧରିବେନି🙏।
ଗଠନାତ୍ମକ ମତାମତ ଦେବେ🙏।
ବନାନ ଭୁଲ ରହିଯାଇପାରେ(ଅଲଗା ଫୋନ)। ୨)
ସଚେତନତା: -
ଯୌନ/sex ଶବ୍ଦରେ ଖରାପ କଣ? ତାର ବ୍ଯବହାର ଓ ଗ୍ରହଣୀୟତା ବଢିବା ଦରକାର। ତା'ସହ ମେନ୍ସ/MC/ମାସିକିଆ, ପେନିସ/ଲିଙ୍ଗ, Vagina/ଯୋନି, Breast, Anus/ମଳଦ୍ୱାର, Pregnancy/ଗର୍ଭ, Abortion/Miscarriage/ଗର୍ଭପାତ, Delivery/ପିଲାଜନ୍ମ, POCSO ନିୟମ, ଧଳାସ୍ରାବ, Orgasm, Masturbation, Perversion ଏସବୁରବି।