Discover and read the best of Twitter Threads about #ରଜପର୍ବ

Most recents (2)

(ସୂତା)

ଗୋଟିଏ ଗାଁରେ ରଜ
#ରଜପର୍ବ

ଗାଁରେ ରଜ ଆସେ ବାଲିଝରି ଛନ୍ଦାରୁ । ଆସ୍ତେ ଆସ୍ତେ ଚାପିଚୁପି। ବର୍ଷା ଓ ଓଦା ପଣତ ଢାଙ୍କି ହୋଇ । ବାଲିଝରି ଛନ୍ଦା କଡ଼କୁ ବାବାସାହି ଗାଁ । ନଈ ସେପାଖେ । ଗଛପତ୍ର ଭିତରେ ଭର୍ତ୍ତି ହୋଇ କୁନି, ବକୁଟେ ଗାଁ । ଗାଁ ତ ନୁହେଁ, ସାହିଟେ କହିଲେ ଚଳିବ । ତା’ ଆଗକୁ ବଢେଇ ସାହି ।

ସେ ଜାଗାରେ ନଈ କୂଳେ ଘଞ୍ଚ ଗଛ ଅଧିକ ଆଉ ନଈ ବି ଟିକେ ଗଭୀର ହୋଇ ଯାଇଛି । ସେଇଠି ନଈର ଗଣ୍ଡ ଅଧିକ । ମୁଁ ସବୁଦିନେ ନଈବନ୍ଧରେ ବସି ଅନେଇଲା ବେଳେ ମତେ ଲାଗେ- ରଜ ସେଇଠୁ ଉଠି ଆସୁଛି । କାଖରେ ପାଣି ମାଠିଆ ଧରି । ନଈବନ୍ଧ ବାଟେ ଦାଣ୍ଡ ଗଡ଼ିଆ ଦେଇ ଗାଁ ଭିତରକୁ ପଶୁଛି ।

ପଛରେ ତା’ ଦିହରେ ଗୁଡେ଼ଇ ହୋଇ ଆସୁଛି ଖାଲି ହସ, ଥଟ୍ଟାମଜା ଓ ମଉଚ୍ଛବର ଲମ୍ବା ପଣତ କାନି ।

ଏପଟେ ପୁଣି ମହାଦେବ ପାଖେ ନଈ କୂଳକୁ ଅନେଇ ବସିଥିବା ବେଳେ ଫେଣ ଭର୍ତ୍ତି, ମାଟିଆ ପାଣି ମାଡ଼ି ମାଡ଼ି ଆସେ । କୋଉ ବର୍ଷ ଆସେ । କୋଉ ବର୍ଷ ଆସେନା । ଡେରି କରେ ସେ । ବଢିପାଣି ତା’ ନାଁ ।

Read 30 tweets
#RajaParba #ରଜପର୍ବ
"ରଜ" ର ସଂଜ୍ଞା ତଥା ପ୍ରାସଂଗିକତା,
ବ୍ଯକ୍ତିଗତ ତଥା ବିଦ୍ୟାର୍ଥୀଙ୍କ ଯୌନଶିକ୍ଷା
ଓ ପାରିବାରିକ ତଥା ସାମାଜିକ ଯୌନସଚେତନତା ଉପରେ #Thread
୧)
ମୁଁ Expert ନୁହେଁ, ଯାହା ଅନୁଭୂତିରୁ କହିବି।
ଭୁଲ ଧରିବେନି🙏।
ଗଠନାତ୍ମକ ମତାମତ ଦେବେ🙏।
ବନାନ ଭୁଲ ରହିଯାଇପାରେ(ଅଲଗା ଫୋନ)।
୨)
ସଚେତନତା: -
ଯୌନ/sex ଶବ୍ଦରେ ଖରାପ କଣ? ତାର ବ୍ଯବହାର ଓ ଗ୍ରହଣୀୟତା ବଢିବା ଦରକାର। ତା'ସହ ମେନ୍ସ/MC/ମାସିକିଆ, ପେନିସ/ଲିଙ୍ଗ, Vagina/ଯୋନି, Breast, Anus/ମଳଦ୍ୱାର, Pregnancy/ଗର୍ଭ, Abortion/Miscarriage/ଗର୍ଭପାତ, Delivery/ପିଲାଜନ୍ମ, POCSO ନିୟମ, ଧଳାସ୍ରାବ, Orgasm, Masturbation, Perversion ଏସବୁରବି।
୩)
*ନିଜେ ଲାଜକରୁଥିଲେ ଅନ୍ୟ ସହ କଥା ହେବେ କେମିତି? ଛୁଆଙ୍କ ସହ? ଡାକ୍ତରଙ୍କ ସହ? ପରିବାର ସହ?
*କଣ କଥା ହେବେ? ଜାଣିଥିଲେ ସିନା?
*ପ୍ରଶ୍ନ/ଉତ୍ତର ଆପଣ ଜାଣନ୍ତିକି?
*ଯୌନରୋଗର ଲକ୍ଷଣ ଜାଣନ୍ତି?
*ସରଭାଇକାଲ କ୍ୟାନସର, Breast cancer ଜାଣନ୍ତି?
*Breast self Examination?
*Safe period?
*Contraception?
*Prostate Cancer?
Read 27 tweets

Related hashtags

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3.00/month or $30.00/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!